ଗଏଟର

ଏହା ଏକ ପ୍ରକାର ଥାଇରଏଡ ଗ୍ରନ୍ଥିର ରୋଗ ଯେଉଁଥିରେ ବେକର ସମ୍ମୁଖ ଭାଗ ଫୁଲିଯାଏ ।

ଗଏଟର (ଅନ୍ୟ ନାମ ଗଣ୍ଡମଳା, ଗଳଗଣ୍ଡ, ଇଂରାଜୀ ଭାଷାରେ Goitre) ରୋଗ ଥାଇରଏଡ୍ ଗ୍ରନ୍ଥିର ଏକ ପ୍ରକାର ଫୁଲାକୁ କୁହାଯାଏ | [୨] ଏହା ଯୋଗୁ ବେକର ସମ୍ମୁଖ ଭାଗ ଫୁଲିଯାଏ | [୬] ରୋଗ ବୃଦ୍ଧି ହେଲେ କାଶ, କର୍କଶ ସ୍ୱର, ଗିଳିବାରେ ଅସୁବିଧା କିମ୍ବା ଅଣନିଶ୍ୱାସ ହୋଇପାରେ। [୬] ଏହା ସାଧାରଣ, ନିମ୍ନ କିମ୍ବା ଉଚ୍ଚ ଥାଇରଏଡ୍ କାର୍ଯ୍ୟ ସହିତ ହୋଇପାରେ | [୨]

Goitre
Goiter
Diffuse hyperplasia of the thyroid
ବିଭାଗ Endocrinology
ଲକ୍ଷଣ Swelling of front of the neck[୧]
କାରଣ Iodine deficiency, Grave disease, toxic nodular goiter, thyroid cancer, autoimmune thyroiditis, postpartum thyroiditis, silent thyroiditis, radiation thyroiditis, subacute thyroiditis, suppurative thyroiditis[୨]
ରୋଗ ନିର୍ଣ୍ଣୟ ପଦ୍ଧତି Examination, medical imaging[୨]
ସଠିକ ରୋଗ ନିର୍ଣ୍ଣୟ Lymphadenopathy, pseudogoiter, branchial cleft cyst, thyroglossal duct cyst, parathyroid adenoma[୩]
ଚିକିତ୍ସା Watchful waiting, iodine supplements, radioactive iodine, surgery[୪]
ପୁନଃପୌନିକ 16% (2004)[୫]

ସାଧାରଣତଃ ଏହି ରୋଗ ଆୟୋଡିନ ଅଭାବ ଯୋଗୁ ହୁଏ । [୨] ଅନ୍ୟାନ୍ୟ କାରଣ ମଧ୍ୟରେ ଗ୍ରେଭସ ରୋଗ, ବିଷାକ୍ତ ନୋଡୁଲାର ଗଏଟର, ଥାଇରଏଡ୍ କର୍କଟ, ଅଟୋଇମ୍ମୁନ ଥାଇରଏଡାଇଟିସ, ପୋଷ୍ଟପାର୍ଟମ ଥାଇରଏଡାଇଟିସ, ନିରବ ଥାଇରଏଡାଇଟିସ, ରାଡିଏସନ ଥାଇରଏଡାଇଟିସ, ସବଆକ୍ୟୁଟ ଥାଇରଏଡାଇଟିସ, ସପ୍ୟୁରେଟିଭ ଥାଇରଏଡାଇଟିସ, ସାର୍କୋଏଡୋସିସ୍ ଏବଂ ଏମିଓଡାରୋନ୍ ଭଳି କେତେକ ଔଷଧ ଯୋଗୁ ହୋଇପାରେ । [୨] [୭] ବେକକୁ ଦେଖିବା, ବେକ ସ୍ପର୍ଶ କରିବା କିମ୍ବା ମେଡିକାଲ ଇମେଜିଙ୍ଗ ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । [୨]

ଏହାର ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ | [୬] ସତର୍କ ପ୍ରତୀକ୍ଷା, ଆୟୋଡିନ୍ ପରିପୂରକ, ରେଡିଓଆକ୍ଟିଭ ଆୟୋଡିନ କିମ୍ବା ଅସ୍ତ୍ରୋପଚାର ସାହାଯ୍ୟରେ ଚିକିତ୍ସା କରାଯାଇପାରେ | [୪] ୨୦୦୪ ମସିହା ସୁଦ୍ଧା ବିଶ୍ୱସ୍ତରରେ ଗଏଟର ହାର ପ୍ରାୟ ୧୬% ଅଟେ। [୫] ପୁରୁଷଙ୍କ ତୁଳନାରେ ମହିଳାମାନେ ଚାରି ଗୁଣ ଅଧିକ ପ୍ରଭାବିତ ହୁଅନ୍ତି। [୨] ଆଫ୍ରିକା ଓ ଭୂମଧ୍ୟସାଗର ଅଞ୍ଚଳରେ ଏହି ରୋଗ ଅଧିକ ଦେଖାଯାଏ ଏବଂ ଆମେରିକାରେ କମ୍ ଦେଖାଯାଏ। [୫] ଚୀନରେ ପ୍ରାୟ ଖ୍ରୀଷ୍ଟପୂର୍ବ ୨,୭୦୦ରେ ଏହି ରୋଗ ବିଷୟ ବର୍ଣ୍ଣନା କରାଯାଇଥିଲା। [୮] ଏହି ଗଏଟର ଶବ୍ଦଟି ଲାଟିନ ଭାଷାଗୁଟ୍ଟୁରରୁ ଆସିଛି, ଯାହାର ଅର୍ଥ ଗଳା | [୯]

ଆଧାର ସମ୍ପାଦନା

  1. "Goitre - NHS Choices". NHS Choices (in ଇଂରାଜୀ). 2017-10-19.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ଆଧାର ଭୁଲ: ଅଚଳ <ref> ଚିହ୍ନ; Stat2020 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  3. Can, AS; Rehman, A (January 2020). "Goiter". PMID 32965832. {{cite journal}}: Cite journal requires |journal= (help)
  4. ୪.୦ ୪.୧ "Goitre - Treatment". nhs.uk (in ଇଂରାଜୀ). 19 October 2017. Retrieved 19 December 2020.
  5. ୫.୦ ୫.୧ ୫.୨ Sharma, Manoj; Atri, Ashutosh. Essentials of International Health (in ଇଂରାଜୀ). Jones & Bartlett Learning. p. 206. ISBN 978-0-7637-6529-3.
  6. ୬.୦ ୬.୧ ୬.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; NHS2019 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  7. Ferri, Fred F. (2020). Ferri's Clinical Advisor 2020 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1548. ISBN 978-0-323-67977-0.
  8. Welbourn, Richard Burkewood; Friesen, Stanley R.; Johnston, Ivan D. A.; Sellwood, Ronald A. (1990). The History of Endocrine Surgery (in ଇଂରାଜୀ). Greenwood Publishing Group. p. 19. ISBN 978-0-275-92586-4.
  9. Bland, Kirby I.; Sarr, Michael G.; Büchler, Markus W.; Csendes, Attila; Garden, Oliver James; Wong, John (2008). General Surgery: Principles and International Practice (in ଇଂରାଜୀ). Springer Science & Business Media. p. 1632. ISBN 978-1-84628-832-6.